ଇତିହାସ

ପୁରୀ ଜିଲ୍ଲାର ନାମ ଏହାର ସଦର ମହକୁମା ପୁରୀ ଅନୁସାରେ ହୋଇଛି । କନିଙ୍ଗହମଙ୍କ ମତାନୁସାରେ ପୁରୀ ସହରର ପ୍ରାଚୀନ ନାମ ଚରିତ୍ର, ଯାହା ହୁଏନସାଂଙ୍କ ଉଲ୍ଲେଖ ଅନୁସାରେ ଚେଳିତାଳେ। । କିନ୍ତୁ ଚେଳିତାଳେ ଶବ୍ଦର ପୁନରୁଦ୍ଧାର ଏବଂ ଏହାକୁ ପୁରୀ ସହର ଭାବେ ପରିଚୟ ଦେବା ସନ୍ଦେହଜନକ।ଚୋଡଗଙ୍ଗଦେବ ଯେତେବଳେ ପୁରୁଷୋତ୍ତମ ଜଗନ୍ନାଥଙ୍କ ମନ୍ଦିର ନିର୍ମାଣ କରି ଦେବଦେବୀଙ୍କ ମୂର୍ତ୍ତୀ ସ୍ଥାପନ କଲେ ସେତେବେଳେ ବୈଷ୍ଣବ କ୍ଷେତ୍ରଭାବେ ଏହି ସହରର ଗୁରୁତ୍ୱ ବୃଦ୍ଧି ପାଇଲ। ଏହା ପରେ ପୁରୁଷୋତ୍ତମଙ୍କ ନିବାସ ଏବଂ ପୁରୁଷୋତ୍ତମ କ୍ଷେତ୍ର ଭାବେ ଏହା ବିଖ୍ୟାତ ହେଲା। ପୁରୁଷୋତ୍ତମ ଧାମ ନବମ ଶତାବ୍ଦୀରେ ରଚିତ ଅନର୍ଘରାଘବ ନାଟକର ଉଲ୍ଲେଖ ଅନୁସାରେ ପୁରୁଷୋତ୍ତମ ନାମ ଏହି ସହର ପାଇଁ ବ୍ୟବହାର କରାଯାଇଛି। ୧୧୫୧-୫୨ ଶକାବ୍ଦ ଅଥବା ୧୧୨୯-୩୦ ଖ୍ରୀଷ୍ଟ।ଦ୍ଧରେ ତୃତୀୟ ଅନଙ୍ଗଭୀମଙ୍କ ନଗରୀ ଫଳକରେ ଏହି ସ୍ଥାନକୁ ପୁରୁଷୋତ୍ତମ କ୍ଷେତ୍ର କୁହାଯିବା ଉଲ୍ଲେଖ ଅଛି । ଏହି ନାମ ପୁରୁଷୋତ୍ତମ ଛତର କିମ୍ବା କେବଳ ଛତର ଭାବେ ମୋଗଲ,ମରାଠା ଏବଂ ପ୍ରାକ ବ୍ରିଟିଶ ଶାସନ ସମୟରେ ସରକାରୀ କାଗଜପତ୍ର(ରେକର୍ଡ)ରେ ବ୍ୟବହାର ହେଉଥିଲା । ଏପରିକି ଯୋଗିନୀତନ୍ତ୍ର ଏବଂ କାଳିକ। ପୁରାଣରେ ଏହି ସହର ପୁରୁଷୋତ୍ତମ ଭାବେ ଉଲ୍ଲେଖ ହୋଇଛି। ପୁରୀ ଅଞ୍ଚଳ ଉତ୍କଳ ଭାବେ ଜଣ।ଯାଇଛି। ପୁରୁଷୋତ୍ତମ କ୍ଷେତ୍ର ମଧ୍ୟ କିଛି ସମୟ ପର୍ଯ୍ୟନ୍ତ ପୁରୁଷୋତ୍ତମ ପୁରୀ ଭାବେ ଜଣାଯାଇଛି ଏବଂ ପୁରୁଷୋତ୍ତମ କ୍ଷେତ୍ର ଶବ୍ଦ ସଂକ୍ଷେପରେ କ୍ଷେତ୍ର ବା ଛତ୍ର ହୋଇଛି ଏବଂ ପୁରୁଷୋତ୍ତମ ପୁରୀ ସଂକ୍ଷିପ୍ତ ଆକାରରେ ପୁରୀ ହୋଇଛି। ବାସ୍ତବରେ ଅନେକ ପ୍ରାକ ବ୍ରିଟିଶ ରେକର୍ଡରେ ଏହି ସହର ପୁରୀ ଭାବେ ଜଣାଯାଇଛି । ଏହି ସହର ପୁରୀ ନାମରେ ଅଧିକ ଲୋକପ୍ରିୟ।

ମୋଗଲ ଶାସନ(୧୫୯୨-୧୭୫୧) ଅଧୀନରେ ରାଜସ୍ଵ ପ୍ରଶାସନ ଉଦେଶ୍ୟରେ ଓଡିଶାକୁ ୩ଟି ସରକାରରେ ବିଭକ୍ତ କରାଗଲା ଯଥା ଜଳେଶ୍ଵର,ଭଦ୍ରକ ଓ କଟକ ଏବଂ ପ୍ରତେକ ସରକାରକୁ ବିଶି ଭାବେ ପୁଣି ବିଭକ୍ତ କରାଗଲା । ପୁରୀ କଟକ ସରକାରର ଏକ ଅଂଶ ଭାବେ ଗଠିତ ହେଲା । ମରାଠା ମାନେ ୧୭୫୧ ଖ୍ରୀଷ୍ଟାଦ୍ଧରେ ଓଡିଶା ଅଧିକାର କରିବା ପରେ ରାଜ୍ୟର ରାଜସ୍ୱ ଡିଭିଜନରେ କେତେକ ପରିବର୍ତ୍ତନ ଆଣିଲେ।ଉତ୍ତରରେ ସୁବର୍ଣ୍ଣରେଖାଠାରୁ ଦକ୍ଷିଣରେ ଚିଲିକା ପର୍ଯ୍ୟନ୍ତ ବ୍ୟାପ୍ତ ଓଡିଶାକୁ ସେମାନେ ୪ଟି ଚକଲାରେ ବିଭକ୍ତ କଲେ ଯଥା ପିପିଲି,କଟକ,ସୋର ଏବଂ ବାଲେଶ୍ଵର । ଅଧୁନା ପୁରୀ ଜିଲ୍ଲାରେ ଅଧିକାଂଶ ଅଂଶ ପିପିଲି ଚକଲ। ଅନ୍ତର୍ଭୁକ୍ତ । ଚକଲ। ଗୁଡିକ ପ୍ରଗଣାରେ ବିଭକ୍ତ କରାଯାଇଥିଲା ଏବଂ ପୁନର୍ବାର ମ।ହାଲ ଓ ତାଲୁକରେ ଭାଗ ହେଇଥିଲା । ୧୮୦୩ରେ ଓଡିଶା ଅକ୍ତିଆର କରିବା ପରେ ବ୍ରିଟିଶ ମାନେ ର।ଜସ୍ଵ ଡିଭିଜନ ଏବଂ ରାଜନୈତିକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିଥିଲେ ।

୧୮୦୪ମସିହା ଜୁନ ମାସରେ ଓଡିଶା ମହାନଦୀର ସୀମାକୁ ନେଇ ଉତ୍ତର ଓଡିଶା ଓ ଦକ୍ଷିଣ ଓଡିଶା ଦୁଇ ଭାଗରେ ବିଭକ୍ତ ହେଲା । ରବର୍ଟ କେର ଏବଂ ଚାର୍ଲ୍ସ ଗ୍ରେ।ମ ଜଜ, ଜିଲ୍ଲା ମାଜିଷ୍ଟ୍ରେଟ ଏବଂ କଲେକ୍ଟର ଭାବେ ଯଥାକ୍ରମେ ଉତ୍ତର ଓଡିଶା ଓ ଦକ୍ଷିଣ ଓଡିଶାରେ ନିଯୁକ୍ତ ହେଲେ । ୧୮୦୫ରେ ଉଭୟ ଡିଭିଜନରେ ଏକତ୍ରୀକରଣ ହେଲା ଏବଂ ଜି.ୱେବ ଗ୍ରୋମଙ୍କ ପରେ କଲେକ୍ଟର ହେଲେ ଏବଂ ରବର୍ଟ ସମଗ୍ର ପ୍ରଦେଶର ଜଜ ଏବଂ ମାଜିଷ୍ଟ୍ରେଟ ହେଲେ। ଖୋର୍ଦ୍ଧ।ର ରାଜା ୧୮୦୪ରେ ବିଦ୍ରୋହ କରିବାରୁ ତାଙ୍କୁ ଗିରଫ କରାଯାଇ କଟକ ବାରବାଟୀ ଦୁର୍ଗରେ ବନ୍ଦୀ କରାଗଲା । ତାଙ୍କର ରାଜ୍ୟ(ଅଞ୍ଚଳ) ଅଧିକାରକୁ ବ୍ୟଜ୍ୟାପ୍ତ କରାଗଲା ଏବଂ ପରେ ସେ ମୁକ୍ତି ପାଇଲେ । ୧୮୦୭ରେ ସେ ଅନୁମତି ପାଇ ପୁରୀ ସହରରେ ବାଲିସାହିରେ ରହିବା ସହ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିରର ତତ୍ତ୍ବାବଧାରକ ଭାବେ କାର୍ଯ୍ୟ କାଲେ । ୧୮୧୬ ମସିହା ପର୍ଯ୍ୟନ୍ତ ପୁରୀ ଓଡିଶା ପ୍ରଦେଶର ରାଜଧାନୀ ଥିଲା ଏବଂ ଜିଲ୍ଲାପାଳ(କଲେକ୍ଟର)ଙ୍କର ସଦର ମହକୁମା ଭାବେ କାର୍ଯ୍ୟ କରୁଥିଲା । ପୂର୍ବରୁ ୧୮୦୬ରେ ଏହାକୁ ଯାଜପୁରକୁ ସ୍ଥାନାନ୍ତର କରିବାକୁ ପ୍ରସ୍ତାବ ଦିଆଯାଇଥିଲା କିନ୍ତୁ ଏହା ସରକାରଙ୍କ ଅନୁମୋଦନ ପାଇଲା ନାହିଁ । ୧୮୧୪ ଅଗଷ୍ଟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଏକ ଅଂଶ କଟକକୁ ଉଠିଗଲା ଏବଂ ଏହା ଡିସେମ୍ବର ମାସରେ ପୁଣି ଥରେ ପୁରୀକୁ ଆସିଲା। ୧୯୧୬ ସୁଦ୍ଧା ସଦର ମହକୁମା ସ୍ଥାୟୀ ଭାବେ କଟକରୁ ସ୍ଥାନାନ୍ତରିତ ହେଲା ଯାହାକି ମୋଗଲ ଏବଂ ମରାଠାଙ୍କ ସମୟରେ ସଦର ମହକୁମା ଥିଲା । ୧୮୧୮ସୁଦ୍ଧା କମିଶନରଙ୍କ କାର୍ଯ୍ୟଳୟ ସ୍ଥାପିତ ହେଲା ଏବଂ ରବର୍ଟ କେର ପ୍ରଥମ କମିଶନର ହେଲେ । ୧୮୧୩ ରୁ ୧୮୧୯ ପର୍ଯ୍ୟନ୍ତ ପୁରୀରେ ଜଣେ ଯୁଗ୍ମ ମାଜିଷ୍ଟ୍ରେଟ(ବିଚାରପତି)ଥିଲେ ଯାହାଙ୍କ ଅଧୀନରେ ପିପିଲି ,ଗୋପ,ହରିହରପୁର ଏବଂ କିରଣ ଥାନା ଥିଲା । ୧୮୧୯ରେ ଏହି କାର୍ଯ୍ୟାଳୟ ଉଠିଗଲା ଏବଂ ଖୋର୍ଦ୍ଧାର ଯୁଗ୍ମ ମାଜିଷ୍ଟ୍ରେଟ ଏହି ଥାନା ଗୁଡିକର ଦାୟିତ୍ଵରେ ରହିଲେ । ୧୮୨୨ ଫେବୃଆରୀ ୧୧ତାରିଖରେ ଜଣେ ଖୋର୍ଦ୍ଧା ମାଜିଷ୍ଟ୍ରେଟ ପଦ ଉଚ୍ଛେଦ ହେଲା । ଓଡିଶା ପୁଣି ୨ ଟି ଡିଭିଜନରେ ବିଭକ୍ତ ହେଲା ବୈତରଣୀକୁ ନେଇ । ଊଇଲକିନସନ ହେଲେ କଟକ ଓ ଖୋର୍ଦ୍ଧାର କଲେକ୍ଟର ଏବଂ ରିକେଟସ ବାଲେଶ୍ଵର,ଭଦ୍ରକ କଲେକ୍ଟର ଦାୟିତ୍ଵରେ ରହିଲେ।

ଶେଷରେ(ଚୁଡାନ୍ତ ଭାବେ)୨୩ ଅକ୍ଟୋବର,୧୮୨୮ରେ ଏହି ପ୍ରଦେଶ ୩ଟିଜିଲ୍ଲା ବାଲେଶ୍ଵର,କଟକ ଓ ଜଗନ୍ନାଥ ଯାହାକି ପୁରୀ ଭାବେ ବିଭକ୍ତ ହେଲା।୧୮୨୧ରେ ନିୟମ ୪ ଅନୁଯାୟୀ ଜଣେ ବ୍ୟକ୍ତିଙ୍କ ହାତରେ ଜିଲ୍ଲାର ମାଜିଷ୍ଟ୍ରେଟ ଏବଂ କଲେକ୍ଟର କ୍ଷମତା ରହିବ । ଏଚ. ରିକେଟସ,ଆର ହଣ୍ଟର ଏବଂ ଡବ୍ଲୁ ୱିଲକିନସନ ଯଥାକ୍ରମେ ପ୍ରଥମ ମାଜିଷ୍ଟ୍ରେଟ ଏବଂ କଲେକ୍ଟର ଭାବେ ବାଲେଶ୍ଵର ,କଟକ ଓ ପୁରୀ ଜିଲ୍ଲାର ଦାୟିତ୍ଵ ତୁଲାଇଲେ । ୧୯୧୨ରେ ବିହାର ଏବଂ ଓଡିଶା ନୂତନ ପ୍ରଦେଶ ଭାବେ ଗଠିତ ହେଲା ଏବଂ ପରବର୍ତ୍ତୀ ସମୟରେ ୧୯୩୬ ମସିହାରେ ଓଡିଶା ସ୍ଵତନ୍ତ୍ର ପ୍ରଦେଶ ହେଲା । ୧୯୪୮ ଜାନୁୟାରୀ ୧ତାରିଖରେ ଗଡଜାତ ରାଜ୍ୟ ନୟାଗଡ,ଦଶପଲ୍ଲା, ଖଣ୍ଡପଡା ଏବଂ ରଣପୁର ମିଶିବା ପରେ ୩୯୪୧ ବର୍ଗକିମି ଅଞ୍ଚଳରଏକ ଭିନ୍ନ(ନୂତନ)ଉପଖଣ୍ଡ ଯାହାର ସଦର ମହକୁମା ନୟାଗଡ ଭାବେ ପୁରୀ ଜିଲ୍ଲାରେ ମିଶିଲା। ୧୯୫୯ ଜାନୁୟାରୀ ୨୬ ତାରିଖରେ ୪ର୍ଥ ଉପଖଣ୍ଡ ଭାବେ ଭୁବନେଶ୍ଵରସ୍ଥାପିତ (ଗଠିତ)ହେଲା । ପୁରୀ ଜିଲ୍ଲାରେ ୪ଟି ଉପଖଣ୍ଡ ପୁରୀ ସଦର,ଖୋର୍ଦ୍ଧା,ଭୁବନେଶ୍ଵର ଏବଂ ନୟାଗଡ ରହିଲା । ପୁରୀ ସଦର ଉପଖଣ୍ଡରେ କୃଷ୍ଣପ୍ରସ।ଦ,ସଦର,ପିପିଲି ଓ ନିମାପଡା ଭାବେ ୪ଟି ତହସିଲ ରହିଲା । ପୁନର୍ବାର ୧୯୯୫ରେ ପୁରୀ ଜିଲ୍ଲା ୩ଟି ଜିଲ୍ଲାରେ ବିଭକ୍ତ ହେଲା ଯଥା

  1. ନୟାଗଡ
  2. ଖୋର୍ଦ୍ଧା
  3. ପୁରୀ