ପସନ୍ଦ ସ୍ଥାନ

୧.ପୁରୀ

ଶ୍ରୀ ଜଗନ୍ନାଥ ମନ୍ଦିର ପାଇଁ ପୁରୀ ବିଶ୍ଵ ପ୍ରସିଦ୍ଧ । ଏହା ଓଡିଶାର ପୂର୍ବ ସାମୁଦ୍ରିକ ତଟବର୍ତୀ ନିକଟରେ ଅବସ୍ଥାପିତ । ଏହା ଏକ ପ୍ରାଚୀନ ସହର ଏବଂ ଭାରତ ବର୍ଷର ଚାରୋଟି ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ମଧ୍ୟରୁ ଗୋଟିଏ । ମନ୍ଦିରର ଗଢଣ ଚୌହଦି ଚାରିଦିଗରେ ଅନେକ କ୍ଷୁଦ୍ରାକୃତ ଦେବପୁଜାସ୍ଥଳୀ ପରିବେଷ୍ଟିତ ହୋଇଅଛି । ଏହାରି  ଚଉସୀମାରେ ଏକ ଦୀର୍ଘକାୟ ପ୍ରାଚୀର ସାଙ୍ଗକୁ ଚାରୋଟି ଉତ୍କର୍ଷଭରା ଦିଗ ନିର୍ନାୟକ ଦ୍ଵାର ଅଛି ।  ପୂର୍ବ ଦିଗ ଆଡକୁ ମୁହେଁଇଥିବା ଏହି ସିଂହଦ୍ଵାରଟି ହିଁ  ମନ୍ଦିରର ମୁଖ୍ୟ ପ୍ରବେଶ ପଥ । ଉତ୍ତର, ଦକ୍ଷିଣ ଓ ପଶ୍ଚିମରେ ଥିବା ଦ୍ଵାର ରେ ହାତୀ, ଘୋଡା ତଥା ବାଘଙ୍କ ଜଗିଳା ପ୍ରତିମୂର୍ତି ଅବସ୍ଥିତ । ମନ୍ଦିରର ପରିସରରେ ମୁଖ୍ୟ ଆରାଧ୍ୟ ଦେବଦେବୀ ଭାବରେ ନୃସିଂହ, ବିମଳା ଏବଂ ଲକ୍ଷ୍ମୀ ବିରାଜିତ । ଏହା ଛଡା ଏଠାରେ ପଣ୍ଡିତଙ୍କ ମହାସଭା “ମୁକ୍ତିମଣ୍ଡପ” , ଆନନ୍ଦ ବଜାର, ସ୍ନାନ ମଣ୍ଡପ ଏବଂ ରୋଷେଇଘର  ଅବସ୍ଥିତ ।

୨.କୋଣାର୍କ

ଭାରତର ଓଡିଶାରେ ନିର୍ମିତ କୋଣାର୍କ ସୂର୍ୟ ମନ୍ଦିର ୧୩ ଶହ ଶପ୍ତାଦ୍ଧିରେ ନିର୍ମିତ । ଏହା ପ୍ରାଚୀ ନଦୀ ଓ ବଙ୍ଗୋପ ସାଗର ସଂଗମ ସ୍ତଳରେ ପ୍ରାୟ ୧୨୫୦ ଖ୍ରୀଷ୍ଟ।ଦ୍ଦରେ ଲାଙ୍ଗୁଳା ନରସିଂହ ଦେବଙ୍କଦ୍ଵାରା ନିର୍ମିତ ହୋଇ ଥିଲା ।  ଏକ ବିଶାଳ ଆକୃତିର ଏହି ମନ୍ଦିରଟି କଳିଙ୍ଗ ସ୍ଥାପତ୍ୟ ଓ କଳା ଶୈଳୀରେ କରଯାଇଥିଲା । ମୁଖ୍ୟ ମନ୍ଦିରଟି ୨୨୯ ଫୁଟ ଓ ମୁଖଶାଳା ୧୨୮ ଫୁଟ ଓ ୧୩ ଫୁଟ ଉଚ ଚଟାଣ ଉପରେ ବିମାନ ଓ ଜଗମୋହନ ନିର୍ମାଣ କରାଯାଇଥିଲା । ୯’.୯” ରେ ୨୪ ଟି ଚକ ଏବଂ ୭ ଗୋଟି ଘୋଡା ଖଞ୍ଜା ଯାଇଥିଲା ।  ମୁଖ୍ୟ ମନ୍ଦିରଟି ୨୦୦ ଫୁଟ ଉଚ, ଭାରତର ସବୁଠାରୁ ଉଚତମ ମନ୍ଦିର ଥିଲା ବୋଲି ଅନୁମାନ କରାଯାଏ । ଏହାର ସର୍ବାଙ୍ଗରେ କାରୁକାର୍ଯ୍ୟ ଖୋଦେଇ କରାଯାଇଅଛି ।

୩ ଚିଲିକା (ସାତପଡା)

“ମରାଳ ମାଳିନୀ ନୀଳାମ୍ବୁ”  ଚିଲିକା ଭାରତର ପୂର୍ବ ଉପକୂଳରେ ଅବସ୍ଥିତ ଏକ ବ୍ରୁହତମ ଅର୍ଦ୍ଧଲୁଣି ହ୍ରଦ ।   ସାତପଡା, ଅଞ୍ଚଳଟି ଚିଲିକା ଉପକୂଳରେ ଅବସ୍ଥିତ ଓ ଏହା ପୁରୀ ସହର ଠାରୁ ୪୮ କିଲୋମିଟର ଦୂରତାରେ ଅବସ୍ଥିତ । ଏହା ରାଜଧାନୀ ଭୁବେନେଶ୍ଵର ଠାରୁ ପାଖାପାଖି ୧୦୦ କିଲୋମିଟର ଦୂରରେ ଅବସ୍ଥିତ । ଜାତୀୟ ରାଜପଥ ୨୦୩ (କ) ପୁରୀ ଠାରୁ ସାତପଡା କୁ ସଂଯୋଗ କରୁଅଛି । ଚିଲିକା ତାର ଜୈବ୍ୟ  ବିଭିର୍ନତା  ହେତୁ ପ୍ରାଧାନ୍ୟ ଲାଭ କରିଛି । ଚିଲିକା ହ୍ରଦ ବେଦେଶାଗତ ଓ ସ୍ଥାନୀୟ ପକ୍ଷୀମାନଙ୍କର, ଶୀତରୁତୁରେ ଏକ ସମାରୋହସ୍ଥଳୀ । ଏକ ପରିସଙ୍ଖ୍ୟନରୁ ଜଣାଯାଏ ଯେ, ବିଶ୍ଵରେ ଏହି ପ୍ରକାରର ଡଲଫିନ ଏକ ହଜାରରୁ କମ ଥିବାବେଳେ, କେବଳ ଚିଲିକା ହ୍ରଦରେ ୧୪୪ ଟି ଏରାୱ୍ୱାଡି ଡଲଫିନ ଅଛନ୍ତି । ସାତପଡାର ମୁଖ୍ୟ ଆକର୍ଷଣ ହେଉଛି, ନୌବିହାର, ଏରାୱ୍ୱାଡି ଡଲଫିନ ଓ ବିଭିର୍ନ ଜାତିର ପାଖିମାନଙ୍କର ସମାଗମ ।

୪. କାକଟପୁର:-

କାକଟପୁର ପ୍ରାଚୀ ନଦୀ କୂଳରେ ଅବସ୍ଥିତି। ମା ମଙ୍ଗଳାଙ୍କ ଅବସ୍ଥିତି ଯୋଗୁ ଏହା ପ୍ରସିଦ୍ଧିଲାଭ କରିଛି । ମା ମଙ୍ଗଳା ବିଭିନ୍ନ ପାର୍ଶ୍ଵ ଦେବୀଦେବତାଙ୍କ ପରିବେଷ୍ଟିତ ଅଟନ୍ତି । ମା ମଙ୍ଗଳା ଶ୍ରୀ ଜଗନ୍ନାଥଙ୍କର ନବକଳେବର ସହିତ ଜଡିତ ଅଟନ୍ତି । ଏକ ବିଶ୍ୱାସ ରହିଆସିଛି ଯେ ମା ଶ୍ରୀ ଜଗନ୍ନାଥଙ୍କର ଦାରୁ ସମ୍ପର୍କରେ ସୂଚନା ଦେଇଥାନ୍ତି । ଝାମୁଯାତ୍ରା ଏକ ପ୍ରସିଦ୍ଧ ପର୍ବରୂପେ ମା ମଙ୍ଗଳାଙ୍କ ନିକଟରେ ଅନୁଷ୍ଠିତ ହୁଏ । ଏହି ପର୍ବରେ ବହୁସଂଖ୍ୟାରେ ଦର୍ଶକ କାକଟପୁରରେ ମିଳିତ ହୋଇ ଝାମୁଯାତ୍ରା କାର୍ଯ୍ୟ ପରିଦର୍ଶନ କରନ୍ତି ।

୫. କରୁମ:-

ଛୋଟ ଗାଁଟିଏ, ଯାହାର ନାମ ଯମ-ଧର୍ମ, ଯାହାକି କୋଣାର୍କ ଠାରୁ ୮ କି.ମି ଦୂରତାରେ ଅବସ୍ଥିତ । ଏହି ଗ୍ରାମରୁ ଏକ ପ୍ରମାଣ ମିଳେ ଯେ ଏକ ଆଶ୍ଚର୍ଯ୍ୟ ଜନକ କଥା । ଏବେ ମଧ୍ୟ ଏହି ସ୍ଥାନରେ ଭଗବାନ ବୁଦ୍ଧ ବସିଛନ୍ତି । ଏକ ଭୂମିସ୍ପର୍ଶ ମୁଦ୍ରାରେ ଏବଂ ତାଙ୍କ ସହିତ ବୃଦ୍ଧାଦୈତ୍ୟ ରହିଛନ୍ତି । ଏହା ଏପରି ଏକ ସ୍ଥାନ ଯେଉଁଠାରେ ଇତିହାସର ଅନେକ କଥା ଦେଖିବାକୁ ମିଳେ ।

୬. ସତ୍ୟବାଦୀ:-

ସାକ୍ଷୀ ଗୋପାଳ ବା ସତ୍ୟବାଦୀ ଶ୍ରୀ ସାକ୍ଷୀଗୋପାଳଙ୍କ ପାଇଁ ପ୍ରସିଦ୍ଧ । ଏହା ଓଡିଶାର ଏକ ଅନନ୍ୟ ଦର୍ଶନୀୟ ସ୍ଥାନ । ଅଟଳ ବିଶ୍ୱାସ ଅଛି ଯେ ଯେକୈାଣସି ଦର୍ଶନାଥୀ ପୁରୀ ପରିଦର୍ଶନରେ ଆସି ସାକ୍ଷୀଗୋପାଳଙ୍କୁ ଦର୍ଶନ ନକଲେ ତାଙ୍କ ଯାତ୍ରା ଅଧା ରହିଯାଏ । ସାକ୍ଷୀଗୋପାଳ ନାମର ଅର୍ଥ ହେଉଛି ଶ୍ରୀକୃଷ୍ଣ । ସାକ୍ଷୀଗୋପାଳ ମନ୍ଦିରର ଉଚ୍ଚତା ୬୦ଫୁଟ ଅଟେ ଓ ଶ୍ରୀଗୋପାଳ ଓ ରାଧାଙ୍କର ଦୃଶ୍ୟପଟର ଉଚ୍ଚତା ଯଥାକ୍ରମେ ୫ଫୁଟ ଓ ୪ଫୁଟ ଅଟେ । ଏହା ଶାସନ ବ୍ରାହ୍ମଣମାନଙ୍କ ଦ୍ୱାରା ଏକ କେନ୍ଦ୍ରବିନ୍ଦୁ ହୋଇପାରିଛି । ଏଠାକାର ପ୍ରମୁଖ ବଡ ପର୍ବ ହେଉଛି ଅଁଳା ନବମୀ । ଏହି କ୍ଷେତ୍ରକୁ ଶ୍ରୀରାଧା ପାଦ ଦର୍ଶନ ନିମିତ୍ତ ବହୁ ଭକ୍ତ ଆସନ୍ତି । ଭୂବନେଶ୍ୱର ବିମାନବନ୍ଦରଠାରୁ ଏହାର ଦୂରତା ୨୦୩ ରାଜପଥ ଦ୍ୱାରା ୪୨ କି.ମି ଅଟେ ଓ ସାକ୍ଷୀଗୋପାଳ ରେଳଷ୍ଟେସନଠାରୁ ସାକ୍ଷୀଗୋପାଳ ମନ୍ଦିର ୧ କି.ମି ଓ ପୁରୀଠାରୁ ସାକ୍ଷୀଗୋପାଳ ମନ୍ଦିର ୧୮ କି.ମି ଅଟେ । ପ୍ରତିଦିନ ବସ୍ ଓ କାର ସେବା ଦ୍ୱାରା ସବୁ ସହରଠାରୁ ସାକ୍ଷୀଗୋପାଳ ମନ୍ଦିର ଯୋଗାଯୋଗ ହୋଇଥାଏ ।

୭. ଅଲରାନାଥ (ବ୍ରହ୍ମଗିରି):-

ବିଷ୍ଣୁ ମନ୍ଦିର ଭଗବାନ ଶ୍ରୀ ଚୈତନ୍ୟ ମହାପ୍ରଭୁ ଏାରେ ରହିଥିଲେ ଶ୍ରୀ ଜଗନ୍ନାଥଙ୍କ ୍ନବସର ସମୟରେ । ଅନବସର ଦୁଇସପ୍ତାହର ସମୟ ଅଟେ ଯେଉଁଥିରେ ଭଗବାନ ଜଗନ୍ନାଥ ମହାସ୍ନାନ ଯାତ୍ରାରେ ସ୍ନାନ କାରଣରୁ ଜ୍ଜରରେ ପଡି ଏଥିରୁ ଭଲ ହେବା ପର୍ଯ୍ୟନ୍ତ ସମୟର ଅବସ୍ଥିତି ଅଟେ । ଭଗବାନ ଚୈତନ୍ୟ ଅଶାନ୍ତି ହେଲେ ଯେ ଦୀର୍ଘ ସମୟ ଅପେକ୍ଷା କରି ମଧ୍ୟ ସେ ଭଗବାନ ଜଗନ୍ନାଥଙ୍କୁ ନ ଦେଖି ଅଲାରନାଥଙ୍କୁ ତାଙ୍କ ମଧ୍ୟରେ ଦେଖିଥିଲେ ଓ ସୋରେ ବହୁତ ସମୟ ଅତିବାହିତ କରିଥିଲେ । ଏହା ଏକ ବିଶ୍ୱାସ ରହିଆସିଛି ଯେ ଯଉଁମାନେ ଭଗବାନ ଜଗନ୍ନାଥଙ୍କୁ ତାଙ୍କ ଦେହ ଅସୁସ୍ଥ ଥିବା ସମୟରେ ଦର୍ଶନ କରିପାରୁ ନାହାନ୍ତି ସେମାନେ ଲାରନାଥଙ୍କୁ ଦର୍ଶନ କରି ଆଶୀର୍ବାଦ ଲାଭ କରନ୍ତୁ । ଏହି ସମୟରେ ମନ୍ଦିର ପରିଦର୍ଶକ ଏଠାରେ ଭଗବାନଙ୍କୁ ମିଷ୍ଟାନ୍ନ ଖୀରି ଭୋଗ କରିଥାନ୍ତି । ଅନବସର ସମୟରେ ହଜାର ହଜାର ଦର୍ଶନାର୍ଥୀ ଅଲାରନାଥ ମନ୍ଦିର ପଦ୍ଦର୍ଶନରେ ଆସି ଭଗବାନଙ୍କର ଆଶୀର୍ବାଦ ଲାଭ କରିବା ସହ ଭଗବାନଙ୍କ ଖୀରି ଭୋଗକୁ ଲାଭ କରିଥାନ୍ତି ।

୮. ଚଉରାଶି:–

ଚଉରାଶି ଏକ ଛୋଟ ଗ୍ରାମଟିଏ ଯାହାକି ବରାହି ମନ୍ଦିର ପାଇଁ ପ୍ରସିଦ୍ଧ । ମାଁ ବରାହୀଙ୍କ ମୁହଁ ଉଦାସୀନ ପରି ରହିଥାଏ । ଏକ ବିଶ୍ୱାସ ରହିଛି ଯେ ସେ ଗୋଟିଏ ହାତରେ ମାଛ ଓ ଅନ୍ୟ ହାତରେ ଗୋଟିଏ ପାତ୍ର ଧରିଥାନ୍ତି । ଏହି ଦେବତା ପ୍ରାୟ ୯୦୦ ଖ୍ରୀ.ପୂ.ର ଅଟେ ।
ଲକ୍ଷ୍ମୀନାରାୟଣଙ୍କର ମନ୍ଦିର ଓ ନୀଳମାଧବ ଦେବତାଙ୍କର ଆକର୍ଷଣ ଅତି ମନଲୋଭା ଅଟେ । ଚଉରାଶି ଗ୍ରାମର ପାଶ୍ୱର୍ରେ ଅମରେଶ୍ୱର ନାମକ ଏକ ମନ୍ଦିର ରହିଛି ଯେଉଁ ଠାରେ ଅମରେଶ୍ୱର ପ୍ରସିଦ୍ଧି ଲାଭ କରିଛନ୍ତି ।

୯. ବିଶ୍ୱନାଥ ଗୁମ୍ଫା:–

ଏହି ମନ୍ଦିର ପୁରୀର ଡେଲାଙ୍ଗ ଗାଁର ବିଶ୍ୱନାଥ ମୁଣ୍ଡିଆ ଗୁମ୍ଫାର ଉପରଭାଗରେ ଅବସ୍ଥିତ ଓ ଏହା ପୁରୀ ଓ ଭୁବନେଶ୍ୱରର ଅତି ନିକଟତର । ଅର୍କଶାସ୍ତ୍ରବିତ୍ ମାନେନିଜର ପ୍ରମାଣ ଦେଇଛନ୍ତି ଯେ, ଏହି ଗୁମ୍ଫା ବହୁତ ବୃଦ୍ଧ ସ୍ତୁପମାନ ରହିଛି । ବିଶ୍ୱନାଥ ଗୁମ୍ଫା ସେହି ସମୟର ମନସ୍ତତ୍ୱବିତ୍ ଦିଗ୍ନାଗଙ୍କ ପାଇଁ ପ୍ରସିଦ୍ଧି ହୋଇଛି । ସେ ଜଣେ ମନସ୍ତ୍ବବିତ୍ ଓ ପ୍ରତ୍ନତତ୍ତ୍ୱ ବିଦ୍ୱାନ ରୂପେ ଖ୍ୟାତ । ସେଠାରେ ମଧ୍ୟ ଏକ ଅର୍କତତ୍ୱଙ୍କ ଦ୍ୱାରା ଏକ ବରାହ ଫଟୋ ଟିଏ ରହିଛି ।
ଇିଶ୍ୱନାଥ ମନ୍ଦିର ସାଧାରଣତଃ ବିଶ୍ୱନାଥ ମୁଣ୍ଡିଆ ପାଇଁ ପ୍ରସିଦ୍ଧ ଯେଉଁଠାରେ କି ଭଗବାନ ଶିବ ବିଶ୍ୱନାଥ ପୂଜିତ ହୁଅନ୍ତି । ଏହା ମୁଣ୍ଡିଆର ଉପରିସ୍ତରରେ ଅବସ୍ଥିତ । ଏହା ୧/୨ କିମି ଦୂରତା ପୁରୀର ଡେଲାଙ୍ଗ ବ୍ଲକଠାରୁ ଓ ଏହି ବ୍ଲକଟି ବିସ୍ୱନାଥ ମୁଣ୍ଡିଆର ପାଦ ଦେଶରେ ଅବସ୍ଥିତ । ସେଠାକାର ପାଖ ଷ୍ଟେସନ ହେଉଛି ମୋଟରୀ ଓ କଣାସ ଷ୍ଟେସନ । କିନ୍ତୁ ବିଶ୍ୱନାଥ ମୁଣ୍ଡିଆ ହେଉଛି ବିଶ୍ୱନାଥ ମୁଣ୍ଡିଆ ଠାରୁ ଅଳ୍ପ ଦୂରରେ ଅବସ୍ଥିତ । ଏହା ଭଗବାନ ଶିବଙ୍କର ମହାଶିବରାତ୍ରୀ, ମହାବିଷୁବ ସଂକ୍ରାନ୍ତି ଓ ଅନ୍ୟ ପର୍ବ ସବୁ ପାଳନ କରାଯାଏ । ବିବାହ କାର୍ଯ୍ୟ ଏଠାରେ ହୋଇଥାଏ । ଏହା ବଣ ଭୋଜୀ ପାଇଁ ଏକ ଉପଯୁକ୍ତ ସ୍ଥାନ ।

୧୦. ରଘୁରାଜପୁର:–

ଏହି ଗ୍ରାମ ଗୋଟି ପୁଅ ନାଚ ପାଇଁ ପ୍ରସିଦ୍ଧ । ଦାଣ୍ଡସାହିର ଏକ ପର୍ଯ୍ୟଟନ କ୍ଷେତ୍ର ଭାବରେ ରଘୁରାଜପୁର ପ୍ରସିଦ୍ଧ । ଯାହାକି କାଲିର ପୂରାତନ ଗ୍ରାମଟିଏ ଥିଲା ତାହା ଆଜି ଆଦର୍ଶ ଗ୍ରାମ ରୂପେ ଖ୍ୟାତ । ଏକ ଛୋଟ ଗାଁଟିଏ ହେଲେ ମଧ୍ୟ ଏଠାରେ ୫୦ଘର ବାସ କରନ୍ତି । ଏହି ରାସ୍ତାର ପାଶ୍ୱର୍ରେ ଦାଣ୍ଡସାହି ଅବସ୍ଥିତ । ଯେଉଁ ରାସ୍ତା ଦେଇ ଶ୍ରୀ ଚୈତନ୍ୟ ପୁରୀକୁ ଯାତ୍ରା କରିଥିଲେ । ରଘୁରାଜପୁର ଗ୍ରାମ ଦକ୍ଷିଣପାଶ୍ୱର୍ରେ ଭାର୍ଗବୀ ନଦୀ ଓ ଚାରିପଟେ ନଡିଆଗଛ, ତାଳଗଛ, ଆମ୍ବଗଛ, ସପୁରୀଗଛ ଓ ଅନ୍ୟ ସମସ୍ତ ଗଛ ଅବସ୍ଥିତ । ବିଭିନ୍ନ ପ୍ରକାର ବଗିଚା ମଧ୍ୟ ବିଭିନ୍ନ ଘାସ ପଡିଆରେ ଆଚ୍ଛାଦିତ । ପ୍ରଦର୍ଶକମାନେ ଏଠାକୁ କେବଳ ଓଡିଶାର ଗାଁ ଗହଳି ଦେଖିବାକୁ ଆସନ୍ତି ନାହିଁ, ଏଠାକାର ଓଡିଶାର କଳା ଓ ଭାସ୍କର୍ଯ୍ୟ ଉଚ୍ଚ ପ୍ରଶଂସା କରିଥାନ୍ତି । ଏଠାରେ ଗୋ,୍ଠୀଗତ ଚିତ୍ରକାର ରହିଛନ୍ତି ଯେଉଁମାନେ ଭିନ୍ନପ୍ରକାର ହସ୍ତଶିଳ୍ପ ଯେପରି ପଟ୍ଟଚିତ୍ର, କାଠକଣ୍ଢେଇ, ଗଈ କଣ୍ଢେଇ ଇତ୍ୟାଦି କାର୍ଯ୍ୟ କରୁଛନ୍ତି । ଏହା ଉନ୍ନତମାନର ସ୍ଥାନ ଯେଉଁଠାରେ ସଂସ୍କୃତି ଓ ପର୍ଯ୍ୟଟନ କ୍ଷେତ୍ର ଓ ମନ୍ତ୍ରୀ ପର୍ଯ୍ୟଟନ କ୍ଷେତ୍ର ଜଡିତ । ଭାରତ ସରକାର ଏହି ଗାଁ କୁ ଗ୍ରାମୀଣ ପର୍ଯ୍ୟଟନ କ୍ଷେତ୍ର ଆଇନ ଅନୁଯାୟୀ ଉନ୍ନତିକରଣ କରିଛନ୍ତି । ଏହି ଯୋଜନା ଅନୁଯାୟୀ ରେଷ୍ଟୁରାଣ୍ଟ ବ୍ୟବସ୍ଥା, ଗୁରୁକୁଳ ଓ ଏପରିକି ଶିଳ୍ପକ୍ଷେତ୍ର ନିର୍ମାଣ କରାଯାଇଛି ପର୍ଯ୍ୟଟକଙ୍କ ପାଇଁ ।

୧୧. ବାଲିହରଚଣ୍ଡୀ:–

ପୁରୀର ଦକ୍ଷିଣ ପଟରେ ୨୭କି.ମି. ଦୂରତାରେ ଏକ ମନ୍ଦିର ରହିଛି । ଯାହାକି ମା’ ହରଚଣ୍ଡୀ ମନ୍ଦିର ରୂପେ ଜଣାଶୁଣା ଏହା ୨୦୩ ଜାତୀୟ ରାଜପଥରେ ପୁରୀର ବ୍ରହ୍ମଗିରି ଓ ସାତପଡାକୁ ସଂଯୋଗ କରୁଛି । ଓଡିଆ ଭାଷାରେ ‘ବାଲି’ ଶବ୍ଦର ଅର୍ଥ ଏକ ପ୍ରକାର ମୃତ୍ତିକା ଓ ହରଚଣ୍ଡୀ ଶବ୍ଦର ଅର୍ଥ ଦୁର୍ଗାଙ୍କର ଉଗ୍ରରୂପ ଅଟେ । ଏହି ମନ୍ଦିର ମା’ ଦୁର୍ଗାଙ୍କୁ ସମର୍ପିତ ଯାହାକି ବାଲିଝର ନିକଟରେ ଅବସ୍ଥିତ । ବେଳାଭୂମି ମନ୍ଦିରର ନିକଟରେ ଅବସ୍ଥିତ ଓ ଏହା ମଧ୍ୟ ଅନ୍ୟଏକ ଆକର୍ଷଣ ଅଟେ । ଏହାର ଭୌଗଳିକ ସୀମାରେଖା ହେଉଛି ପୂର୍ବକୁ ୮୫୦୪୧’ ଓ ଉତ୍ତରକୁ ୧୯୦ ୨୫’୨୮ ଅଟେ ।
ଏହି ମନ୍ଦିର ନିକଟର ସୂର୍ଯ୍ୟ ଉଦୟ ଓ ସୂର୍ଯ୍ୟ ଅସ୍ତର ଦୃଶ୍ୟ ଅତି ମନୋରମ ଅଟେ । ପର୍ଯ୍ୟଟକମାନେ ସୂର୍ଯ୍ୟକିରଣରେ ସ୍ନାନ କାର୍ଯ୍ୟ ଶାନ୍ତପରିବେଶରେ ବାଲିହରଚଣ୍ଡୀଙ୍କ ନିକଟରେ ସମ୍ପାଦନ କରନ୍ତି । ସେଠାକାର ମନୋରମ ଦୃଶ୍ୟ ବଣଭୋଜୀ ପାଇଁ ଉପଯୁକ୍ତ ଅଟେ । ବାଲି ହରଚଣ୍ଡୀ ଏକ ପ୍ରସିଦ୍ଧସ୍ଥାନ ଏକ ପର୍ଯ୍ୟଟନ କ୍ଷେତ୍ର ହିସାବରେ ।

୧୨. ରାମଚଣ୍ଡୀ:–

ମାଁ ରାମଚଣ୍ଡୀ ମନ୍ଦିର କୁଶଭଦ୍ରା ନଦୀକୂଳରେ ଅବସ୍ଥିତ ଓ ଏହା ବଣଭୋଜୀ ନିମନ୍ତେ ଉପଯୋଗୀ ଅଟେ । ଏହା ପୁରୀରୁ କୋଣାର୍କ ମେରାଇନ୍ ଡ୍ରାଇଭ୍ ରୋଡରେ କୋଣାର୍କର ୭କି.ମି. ପୂର୍ବରୁ ଏହା ଅବସ୍ଥିତ । କୋଣାର୍କର ରାମଚଣ୍ଡୀ ଦେବୀ ସାଧାରଣତଃ ସମସ୍ତେ ବିଶ୍ୱାସ କରନ୍ତି ଓ ସେ ଚଣ୍ଡୀରୂପେ ପରିଚିତ । ଏହି ମନ୍ଦିର ପରେ କୋଣାର୍କର ସୂର୍ଯ୍ୟମନ୍ଦିର ସ୍ଥାପନ ହୋଇଛି । ଗବେଷକଙ୍କ ମତରେ ରାମଚଣ୍ଡୀ ମନ୍ଦିର ସେତେ ଗୁରୁତ୍ୱ ନୁହେଁ କିନ୍ତୁ ଜାତିଗତ ଭାବରେ ବା ମୁନି ଋଷିଙ୍କ ମତରେ ଏହା ଏକ ଶକ୍ତି ପୀଠ ଅଟେ ପୁରୀସହରର । ଏଠାକାର ଲୋଟସ୍ ରିସଟ୍ରେ ଭୋଜନ ଓ ୩.୩୦ ସମୟ ମଧ୍ୟାହ୍ନରେ ଜଳକ୍ରୀଡା ଓ ବୋଟିଙ୍ଗ୍ କୁଶଭଦ୍ରା ନଦୀରେ ଅନୁଷ୍ଠିତ ହୁଏ ।

୧୩. ପିପିଲି:–

ପିପିଲି ବିଜ୍ଞାପିତ ଅଞ୍ଚଳ ପରିଷଦ ସହର ରୂପେ ୬୪ବର୍ଗଫୁଟ ସ୍ଥାନ ଅଧିକାର କରିଛିା ଏହି ସ୍ଥାନ ପୂରାତନ ଚାନ୍ଦୁଆ କାମ ପାଇଁ ସ୍ଥାନୀୟ ଲୋକମାନଙ୍କ ଦ୍ୱାରା ଆଦୃତ ଲାଭ କରିଛି । ସେମାନେ ଚାନ୍ଦୁଆ, ଛତା, କନା ବ୍ୟାଗ୍, ମୁଣି, ଡୋରସ୍କ୍ରିନ୍, ଗାଲିଚା, ମହିଳାଙ୍କ ପାଇଁ ପୋଷାକ ଓ ଅନ୍ୟାନ୍ୟ କାମ କରିଥାନ୍ତି ଭାରତ ଓ ଭାରତ ବାହାରେ । ରଥଯାତ୍ରା ସମୟରେ ରଥରେ ସଜ୍ଜିତ କନା କାମ ସବୁ ପିପିଲିର କାରିଗରମାନେ କାମ କରିଥାନ୍ତି । ଏହି ସ୍ଥାନ ପାଖରେ ବିମାନବନ୍ଦର ଓ ପାଖ ରେଳଷ୍ଟେସନ ଭୁବନଶ୍ୱରରୁ ପିପିଲି ପ୍ରାୟ ୨୦ କିମି ଓ ୨୦୩ ଜାତୀୟ ରାଜପଥ ଦ୍ୱାରା ଓ ପୁରୀଠାରୁ ପିପିଲି ପ୍ରାୟ ୪୦କି.ମି.ର ରାସ୍ତା ଅଟେ । ଦୈନିକ ବସ୍ ଓ କାର୍ ସେବା ସୁବିଧା ରହିଛି ଏହି ସବୁ ସହରରୁ ପିପିଲି କୁ ଯିବା ପାଇଁ ।

୧୪. ଜାହାନିରା ପିରା:–

ପିର୍ମୁକୁଦନ୍ ଜାହାନିଆ ଜାହାଗସ୍ତ ଜଣେ ମୁସିଲିମ୍ ସନ୍ଥ ଅସ୍ତରଙ୍ଗ ନିକଟରେ ଏକ ବେଳାଭୂମି ଦର୍ଶାଇଥିଲେ । ପୁରାତନ ଯୁଗ ଅନୁସାରେ ୧୬୦୦ ଶତାବ୍ଦୀର ମୁସଲିମ ସନ୍ଥ ବାଘ୍ଦାଦରୁ ଭାରତ ଆସିଥିଲେ ଓ ବଙ୍ଗଳାରେ ରହି ସେମାନେ ଓଡିଶାକୁ ଆସିଥିଲେ । ସେ ବିଭିନ୍ନ ପ୍ରକାରର ସ୍ଥାନ ପରିଭ୍ରମଣ କରି ଶେଷରେ ଅସ୍ତରଙ୍ଗ ନିକଟରେ ଅବସ୍ଥାନ କରିଥିଲେ । ହିନ୍ଦୁ ଓ ମୁସଲିମ୍ ଉଭୟ ଏହିଠାରେ ବାସକରନ୍ତି । ଏହା ମଧ୍ୟ ଏକ ବଣଭୋଜୀ ପାଇଁ ଉପଯୁକ୍ତ ସ୍ଥାନ ।

୧୫. ବେଲେଶ୍ୱର:–

ବେଲେଶ୍ୱର ପୀଠ ଏକ ରାଜସ୍ୱ ଗ୍ରାମ ଯଥା ଗୋପର ବଡ ଗାଁରେ ଅବସ୍ଥିତ ଯାହାକି ପୁରୀ ଠାରୁ ୧୭କି.ମି. ଦୂରତାରେ ଅବସ୍ଥିତ । ବାଲିଘାଇ ଛକରୁ ଡାହାଣପଟକୁ ୪କି.ମି.ମେରାଇନ୍ଡ୍ରାଇଭ ରୋଡ ଠାରୁଓ ସମୁଦ୍ର ଠାରୁ ୩କି.ମି. ଦୂରରେ ଅବସ୍ଥିତ । ସାଧାରଣତଃ ବିଭିନ୍ନ ପ୍ରକାର କାହାଣୀ ରହିଛି ବେଲେଶ୍ୱର ପୀଠ ସମ୍ବନ୍ଧରେ । କିଛି ଲୋତ କହିଥାନ୍ତି ଯେ ଭଗବାନ ରାମ ଏଠାରେ ଶିବଲିଙ୍ଗ ସ୍ଥାପନ କରିଛନ୍ତି ଓ ବେଲ ମଧ୍ୟ ର୍ପଣ କରିଛନ୍ତି ରାବଣ ସହିତ ଯୁଦ୍ଧ ହେବା ପୂର୍ବରୁ ।ସେହିଦିନ ଠାରୁ ଏହି ସ୍ଥାନର ନାମ ବେଲେଶ୍ୱର ପୀଠ । ଏହି ମନ୍ଦିର ପ୍ରଥମେ ବାଲିରେ ଆଚ୍ଛାଦିତ ଥିଲ । ସେହି ସମୟ ଠାରୁ ସମୁଦ୍ର ଠାରୁ ୪କି.ମି. ଦୂରତାରେ ଏହି ମନ୍ଦିର ଦର୍ଶାଯାଇଛି । ଏହି ସ୍ଥାନକୁ ବହୁମାତ୍ରାରେ ପର୍ଯ୍ୟଟକ ଆସିଥାନ୍ତି ।

୧୬. ବାଲିଘାଇ:–

ବାଲିଘାଇ ସାଧାରଣତଃ ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ ରୋଡରେ ପୁରୀଠାରୁ ୧୪କି.ମି. ଓ କୋଣାର୍କ ଠାରୁ ୨୨କି.ମି. ଦୂରତାରେ ଅବସ୍ଥିତ । ଏହା ଏକ ଆଦର୍ଶ ବଣଭୋଜୀ କେନ୍ଦ୍ର କାରଣ ଏଠାରେ ସମୁଦ୍ର ବାଲି ସମୁଦ୍ରର ଦୃଶ୍ୟ ଅତିମନୋରମ ଅଟେ । ଏଠାକାର ଚିତ୍ରପଟ୍ଟ ପୁରୀ ଓ କୋଣାର୍କ ମେରାଇନ୍ ଡ୍ରାଇଭ ରୋଡରେ ଆସିବା ସମୟରେ ପର୍ଯ୍ୟଟକମାନେ ଅତି ନିଖୁଣ ଭାବରେ ଅନୁଧ୍ୟାନ କରନ୍ତି ସେଠାକାର ପ୍ରାକୃତିକ ଦୃଶ୍ୟକୁ ।

୧୭. ବାଲିଗାଁ:–

ଇାଲି ଗାଁ ପୁରୀ ଜିଲ୍ଲା ପିପିଲି ବ୍ଲକ ଅନ୍ତର୍ଗତ ଭକ୍ତ ସିରୋମଣୀ ଦାଶିଆ ବାଉରୀଙ୍କ ଜନ୍ମପୀଠ ଏକ ପର୍ଯ୍ୟଟନ କ୍ଷେତ୍ର ରୂପେ ପରିଚିତ । ଏହା ପୁରୀଠାରୁ ୩୦କି.ମି.ଭୁବନେଶ୍ୱରରୁ ୩୪ କି.ମି. ଓ ୨୦୩ ଜାତୀୟ ରାଜପଥର ନୂଆଗଡି ଛକଠାରୁ ୨କି.ମି. ଦୂରରେ ଅବସ୍ଥିତ । ପ୍ରତିବର୍ଷ ଭଲ ସଂଖ୍ୟାରେ ଲୋକ ବା ପର୍ଯ୍ୟଟକ ଦେଶର ବିଭିନ୍ନ ଅଞ୍ଚଳରୁ ଏହି ସ୍ଥାନକୁ ଆସିଥାନ୍ତି । ଦୁଇଟି ମୁଖ୍ୟ ଦିନାଙ୍କ ଯଥାକ୍ରମେ କାର୍ତ୍ତିକ ଶୁକ୍ଲ ଏକାଦଶୀ ଓ ମାଘ ଶୁକ୍ଲ ଏକାଦଶୀ ଏହା ଜନ୍ମ ଓ ମରଣ ଦୀନରୂପେ ଦାଶିଆ ବାଉରୀଙ୍କର ପାଳନ କରାଯାଏ ଜଣେ ଜଗନ୍ନାଥଙ୍କ ପ୍ରମୁଖ ଦର୍ଶନାର୍ଥୀ ରୂପେ ପରିଗଣିତ । ଏହି ଦୁଇଦିନରେ ପ୍ରଚୁର ପର୍ଯ୍ୟଟକ ଏଠାକୁ ଆସିଥାନ୍ତି ଏହି ମୁଖ୍ୟ ଦିନ ଓ ଜଗନ୍ନାଥଙ୍କର ପ୍ରମୁଖ ପର୍ବ ପାଳନ ନିମନ୍ତେ ।

୧୮. ବରାଳ ବାଲୁଙ୍କେଶ୍ୱର:–

ଇରାଳ ବାଲୁଙ୍କେଶ୍ୱର ମନ୍ଦିର ଶ୍ରୀ ଶ୍ରୀ ବରାଳ ବାଲୁଙ୍କେଶ୍ୱର ଦେବଙ୍କ ପାଇଁ ପ୍ରସିଦ୍ଧ । ଏହି ସ୍ଥାନ ପୁରୀଠାରୁ ୨୫କି.ମି. ଦୂରତାରେ ଅବସ୍ଥିତ । ମହାରଥି ମାନେ କହନ୍ତି ଯେ, ତ୍ରେତୟା ଯୁଗରେ ଏହି ସ୍ଥାନଟି ଭୟଙ୍କର ଜଙ୍ଗଲରେ ଆଚ୍ଛାଦିତ ଥିଲା ଓ ଏଠାରେ ଏକ ଆଶ୍ରମ ଥିବା ଯାହାର ନାମ ଭ୍ରୁଗୁମୁନି । ବନବାସ ସମୟରେ ଶ୍ରୀରାମଚନ୍ଦ୍ର, ଲକ୍ଷ୍ମଣ ଓ ସୀତା ଏଠାକୁ ଭ୍ରମଣରେ ଆସିଥିଲେ । ପ୍ରଭୁ ଶ୍ରୀରାମ ଚନ୍ଦ୍ର କଦଳୀ ଗଛ ମୂଳରେ ଏ ଶିବଲିଙ୍ଗ ସ୍ଥାପନ କରିଥିଲେ । ଯାହାକି ବରାଳବରାଳ ବାଲୁଙ୍କେଶ୍ୱର ନାମରେ ଜଣାଶୁଣା ଅଟେ । ଏହି ସ୍ଥାନକୁ ଗୁପ୍ତକାଶୀ ମଧ୍ୟ କୁହାଯାଏ ।

୧୯. ଅସ୍ତରଙ୍ଗ:–

ଅସ୍ତରଙ୍ଗ ପୁରୀ ଜିଲ୍ଲାର ଏକ ଦର୍ଶନୀୟ ସ୍ଥାନ ରୂପେ ପରିଚିତ । ଏହା ସୁନ୍ଦର ବେଳାଭୂମି ପାିଁ ପ୍ରସିଦ୍ଧ । ମାଛ ଓ ଲୁଣ ଉତ୍ପାଦନ କେନ୍ଦ୍ର ଅଟେ । ଅସ୍ତରଙ୍ଗର ସାଧାରଣତଃ ଅର୍ଥ ହେଉଛି ଚିତ୍ରବୈଚିତ୍ର ସୂର୍ଯ୍ୟ ଅସ୍ତ । ଅସ୍ତରଙ୍ଗ ଭଲ ରାସ୍ତା ଦ୍ୱାରା ଆଚ୍ଛାଦିତ ଓ ନିମାପଡାଠାରୁ ୩୧କି.ମି. ଦୈନିକ ବସ୍ ସେବା ଉଭୟ ପୁରୀ ଓ ଭୁବନେଶ୍ୱରରୁ ସୁବିଧାରେ ମିଳିଥାଏ ।

୨୦. ମାଣିକ ପାଟଣା:–

ମାଣିକ ପାଟଣା କୃଷ୍ଣପ୍ରସାଦ ବ୍ଲକର ବ୍ରହ୍ମଗିରି ତହସିଲର ଚିଲିକାର ବର୍ହିଃ ଭାଗରେ ଅବସ୍ଥିତ । ମାଣିକପାଟଣା ସଧାରଣତଃ ଜଗନ୍ନାଥଙ୍କ ସହ ସଂସ୍ଲିଷ୍ଟ । ପୂରାତନ ଯୁଗରେ ଶ୍ରୀଜଗନ୍ନାଥ ଓ ଭଗବାନ ବଳଭଦ୍ର ମାଣିକ ଗଉଡୁଣି ଠାରୁ ସୁସ୍ୱାଦୁ ଦହି ପାନ କରିଥିଲେ । ଯେଉଁମାନେ କି କାଞ୍ଚି ଯୁଦ୍ଧ ସମୟରେ ପୁରୀ ରାଜା ପୁରୁଷୋତ୍ତମ ଦେବଙ୍କୁ ସାହାଯ୍ୟ କରିବାପାଇଁ ଯାଉଥିଲେ । ସେହି ଦିନଠାରୁ ମାଣିକ ନାମରେ ସେହି ଗ୍ରାମର ନାମ ମାଣିକ ପାଟଣା ହୋଇଥିଲା ବର୍ତ୍ତମାନର ସେହି ଗ୍ରାମ । ୭୦୦ ବର୍ଷତଳର ଏକ ଶିବମନ୍ଦିର ରହିଛି । ଯାହାର ନାମ ଭାବକୁଣ୍ଡଳେଶ୍ୱର ଅଟେ । ଯେଉଁଠାରେ ଭଗବାନ ଜଗନ୍ନାଥ ଓ ଭଗବାନ ବଳଭଦ୍ର କଳା ଘୋଡା ଓ ଦଲା ଘୋଡାରେ ଆସିଥିବା ମୂର୍ତ୍ତି ରହିଛି ।

୨୧. ମାତୃଶକ୍ତି ପୀଠ, ଜଳିଆପଡା:–

ଏହା ପୁରୀଠାରୁ ୪୬କି.ମି. ଦୂରତାରେ ଅବସ୍ଥିତ । କଣାସ ବ୍ଲକରୁ ଜଳିଆପଡା ଗାଁର ମା ମଙ୍ଗଳା ପୀଠ ଏଠାରେ ଅବସ୍ଥିତ । ଏହା ମା ମଙ୍ଗଳାଙ୍କ ପାଇଁ ଏକ ଧାର୍ମିକ କ୍ଷେତ୍ର ରୂପେ ପ୍ରସିଦ୍ଧି ଲାଭ କରିଛି । ଗୋଟିଏ ବର୍ଷ ହେବ ଏହି ସ୍ଥାନକୁ ଭଲ ସଂଖ୍ୟାରେ ପର୍ଯ୍ୟଟକ ବା ଦର୍ଶନାର୍ଥୀ ଆସିଥାନ୍ତି । ପ୍ରତି ମଙ୍ଗଳବାର ଓ ସଂକ୍ରାନ୍ତି ଏହି ଦୁଇଦିନ ମୁଖ୍ୟ ପର୍ବ ଦିବସ ମା ମଙ୍ଗଳା ପୀଠର ଚୈତ୍ର ପର୍ବ ଏହି ପୀଠର ମୁଖ୍ୟ ପର୍ବ ଅଟେ । ପ୍ରତି ମଙ୍ଗଳବାର ଚୈତ୍ରପର୍ବରେ ବିଶାଳ ଜନସମାଗମ ହୋଇଥାଏ । ଏକାଦଶୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ମହାଯଜ୍ଞ ହୁଏ । ଏଠାକୁ ୪୦୦୦୦ରୁ ଅଧିକ ଲୋକ ଆସିଥାନ୍ତି । ସମସ୍ତ ଦର୍ଶନାର୍ଥୀଙ୍କ ମତରେ ସମସ୍ତ ଆଶା ମାଙ୍କ ନିକଟରେ ପୂରଣ ହୋଇଥାଏ ।