ପିପିଲି
ନିର୍ଦ୍ଦେଶଶ୍ରେଣୀ ଅନ୍ୟାନ୍ୟ
ପିପିଲି ବିଜ୍ଞାପିତ ଅଞ୍ଚଳ ପରିଷଦ ସହର ରୂପେ ୬.୪ ବର୍ଗ କିମି ସ୍ଥାନ ଅଧିକାର କରିଛିା ଏହି ସ୍ଥାନ ପୂରାତନ ଚାନ୍ଦୁଆ କାମ ପାଇଁ ସ୍ଥାନୀୟ ଲୋକମାନଙ୍କ ଦ୍ୱାରା ଆଦୃତ ଲାଭ କରିଛି । ସେମାନେ ଚାନ୍ଦୁଆ, ଛତା, କନା ବ୍ୟାଗ୍, ମୁଣି, ଡୋରସ୍କ୍ରିନ୍, ଗାଲିଚା, ମହିଳାଙ୍କ ପାଇଁ ପୋଷାକ ଓ ଅନ୍ୟାନ୍ୟ କାମ କରିଥାନ୍ତି ଭାରତ ଓ ଭାରତ ବାହାରେ । ରଥଯାତ୍ରା ସମୟରେ ରଥରେ ସଜ୍ଜିତ କନା କାମ ସବୁ ପିପିଲିର କାରିଗରମାନେ କାମ କରିଥାନ୍ତି । ଏହି ସ୍ଥାନ ପାଖରେ ବିମାନବନ୍ଦର ଓ ପାଖ ରେଳଷ୍ଟେସନ ଭୁବନଶ୍ୱରରୁ ପିପିଲି ପ୍ରାୟ ୨୦ କିମି ଓ ୨୦୩ ଜାତୀୟ ରାଜପଥ ଦ୍ୱାରା ଓ ପୁରୀଠାରୁ ପିପିଲି ପ୍ରାୟ ୪୦କି.ମି.ର ରାସ୍ତା ଅଟେ । ଦୈନିକ ବସ୍ ଓ କାର୍ ସେବା ସୁବିଧା ରହିଛି ଏହି ସବୁ ସହରରୁ ପିପିଲି କୁ ଯିବା ପାଇଁ ।
କିଭଳି ପହଁଞ୍ଚିବେ:
ବିମାନ ମାର୍ଗରେ
ବିଜୁ ପଟ୍ଟନାୟକ ଅନ୍ତର୍ଜାତିକ ବିମାନ ବନ୍ଦର ଭୁବନେଶ୍ବର 20 କି ମି
ରେଳଗାଡ଼ିରେ
ଭୁବନେଶ୍ବର ରେଳ ସ୍ଟେଶନ 20 କି ମି,
ସଡ଼କ ପଥରେ
ସଡକ ପଥରେ ଭୁବନେଶ୍ବର 20 କି ମି , ପୁରୀ 40 କି ମି