ବନ୍ଦ କରନ୍ତୁ

ବାଲିହରଚଣ୍ଡୀ

ନିର୍ଦ୍ଦେଶ

ପୁରୀର ଦକ୍ଷିଣ ପଟରେ ୨୭କି.ମି. ଦୂରତାରେ ଏକ ମନ୍ଦିର ରହିଛି । ଯାହାକି ମା’ ହରଚଣ୍ଡୀ ମନ୍ଦିର ରୂପେ ଜଣାଶୁଣା ଏହା ୨୦୩ ଜାତୀୟ ରାଜପଥରେ ପୁରୀର ବ୍ରହ୍ମଗିରି ଓ ସାତପଡାକୁ ସଂଯୋଗ କରୁଛି । ଓଡିଆ ଭାଷାରେ ‘ବାଲି’ ଶବ୍ଦର ଅର୍ଥ ଏକ ପ୍ରକାର ମୃତ୍ତିକା ଓ ହରଚଣ୍ଡୀ ଶବ୍ଦର ଅର୍ଥ ଦୁର୍ଗାଙ୍କର ଉଗ୍ରରୂପ ଅଟେ । ଏହି ମନ୍ଦିର ମା’ ଦୁର୍ଗାଙ୍କୁ ସମର୍ପିତ ଯାହାକି ବାଲିଝର ନିକଟରେ ଅବସ୍ଥିତ । ବେଳାଭୂମି ମନ୍ଦିରର ନିକଟରେ ଅବସ୍ଥିତ ଓ ଏହା ମଧ୍ୟ ଅନ୍ୟଏକ ଆକର୍ଷଣ ଅଟେ । ଏହାର ଭୌଗଳିକ ସୀମାରେଖା ହେଉଛି ପୂର୍ବକୁ ୮୫୦୪୧’ ଓ ଉତ୍ତରକୁ ୧୯୦ ୨୫’୨୮ ଅଟେ ।
ଏହି ମନ୍ଦିର ନିକଟର ସୂର୍ଯ୍ୟ ଉଦୟ ଓ ସୂର୍ଯ୍ୟ ଅସ୍ତର ଦୃଶ୍ୟ ଅତି ମନୋରମ ଅଟେ । ପର୍ଯ୍ୟଟକମାନେ ସୂର୍ଯ୍ୟକିରଣରେ ସ୍ନାନ କାର୍ଯ୍ୟ ଶାନ୍ତପରିବେଶରେ ବାଲିହରଚଣ୍ଡୀଙ୍କ ନିକଟରେ ସମ୍ପାଦନ କରନ୍ତି । ସେଠାକାର ମନୋରମ ଦୃଶ୍ୟ ବଣଭୋଜୀ ପାଇଁ ଉପଯୁକ୍ତ ଅଟେ । ବାଲି ହରଚଣ୍ଡୀ ଏକ ପ୍ରସିଦ୍ଧସ୍ଥାନ ଏକ ପର୍ଯ୍ୟଟନ କ୍ଷେତ୍ର ହିସାବରେ ।

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ବିମାନ ମାର୍ଗରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତିକ ବିମାନ ବନ୍ଦର ଭୁବନେଶ୍ବର 87 କି ମି.

ରେଳଗାଡ଼ିରେ

ପୁରୀ ରେଳ ସ୍ଟେଶନ 27କି ମି

ସଡ଼କ ପଥରେ

ସଡକ ପଥରେ ଭୁବନେଶ୍ବର 87 କି ମି , ପୁରୀ 27 କି ମି