ରଘୁରାଜପୁର

ନିର୍ଦ୍ଦେଶ

ଏହି ଗ୍ରାମ ଗୋଟି ପୁଅ ନାଚ ପାଇଁ ପ୍ରସିଦ୍ଧ । ଦାଣ୍ଡସାହିର ଏକ ପର୍ଯ୍ୟଟନ କ୍ଷେତ୍ର ଭାବରେ ରଘୁରାଜପୁର ପ୍ରସିଦ୍ଧ । ଯାହାକି କାଲିର ପୂରାତନ ଗ୍ରାମଟିଏ ଥିଲା ତାହା ଆଜି ଆଦର୍ଶ ଗ୍ରାମ ରୂପେ ଖ୍ୟାତ । ଏକ ଛୋଟ ଗାଁଟିଏ ହେଲେ ମଧ୍ୟ ଏଠାରେ ୫୦ଘର ବାସ କରନ୍ତି । ଏହି ରାସ୍ତାର ପାଶ୍ୱର୍ରେ ଦାଣ୍ଡସାହି ଅବସ୍ଥିତ । ଯେଉଁ ରାସ୍ତା ଦେଇ ଶ୍ରୀ ଚୈତନ୍ୟ ପୁରୀକୁ ଯାତ୍ରା କରିଥିଲେ । ରଘୁରାଜପୁର ଗ୍ରାମ ଦକ୍ଷିଣପାଶ୍ୱର୍ରେ ଭାର୍ଗବୀ ନଦୀ ଓ ଚାରିପଟେ ନଡିଆଗଛ, ତାଳଗଛ, ଆମ୍ବଗଛ, ସପୁରୀଗଛ ଓ ଅନ୍ୟ ସମସ୍ତ ଗଛ ଅବସ୍ଥିତ । ବିଭିନ୍ନ ପ୍ରକାର ବଗିଚା ମଧ୍ୟ ବିଭିନ୍ନ ଘାସ ପଡିଆରେ ଆଚ୍ଛାଦିତ । ପ୍ରଦର୍ଶକମାନେ ଏଠାକୁ କେବଳ ଓଡିଶାର ଗାଁ ଗହଳି ଦେଖିବାକୁ ଆସନ୍ତି ନାହିଁ, ଏଠାକାର ଓଡିଶାର କଳା ଓ ଭାସ୍କର୍ଯ୍ୟ ଉଚ୍ଚ ପ୍ରଶଂସା କରିଥାନ୍ତି । ଏଠାରେ ଗୋ,୍ଠୀଗତ ଚିତ୍ରକାର ରହିଛନ୍ତି ଯେଉଁମାନେ ଭିନ୍ନପ୍ରକାର ହସ୍ତଶିଳ୍ପ ଯେପରି ପଟ୍ଟଚିତ୍ର, କାଠକଣ୍ଢେଇ, ଗଈ କଣ୍ଢେଇ ଇତ୍ୟାଦି କାର୍ଯ୍ୟ କରୁଛନ୍ତି । ଏହା ଉନ୍ନତମାନର ସ୍ଥାନ ଯେଉଁଠାରେ ସଂସ୍କୃତି ଓ ପର୍ଯ୍ୟଟନ କ୍ଷେତ୍ର ଓ ମନ୍ତ୍ରୀ ପର୍ଯ୍ୟଟନ କ୍ଷେତ୍ର ଜଡିତ । ଭାରତ ସରକାର ଏହି ଗାଁ କୁ ଗ୍ରାମୀଣ ପର୍ଯ୍ୟଟନ କ୍ଷେତ୍ର ଆଇନ ଅନୁଯାୟୀ ଉନ୍ନତିକରଣ କରିଛନ୍ତି । ଏହି ଯୋଜନା ଅନୁଯାୟୀ ରେଷ୍ଟୁରାଣ୍ଟ ବ୍ୟବସ୍ଥା, ଗୁରୁକୁଳ ଓ ଏପରିକି ଶିଳ୍ପକ୍ଷେତ୍ର ନିର୍ମାଣ କରାଯାଇଛି ପର୍ଯ୍ୟଟକଙ୍କ ପାଇଁ ।

ଫଟୋ ଗାଲେରୀ

  • Raghurajpur
    2018110876
  • Raghurajpur
    2018110843
  • Raghurajpur
    2018110861

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ବିଜୁ ପଟ୍ଟନାୟକ ଅନ୍ତର୍ଜାତିକ ବିମାନ ବନ୍ଦର ଭୁବନେଶ୍ବର 45 କି ମି.

ରେଳଗାଡ଼ିରେ

ସାକ୍ଷୀଗୋପାଳ ରେଳ ସ୍ଟେଶନ 5 କି ମି ପୁରୀ ରେଳ ସ୍ଟେଶନ 10 କି ମି

ସଡ଼କ ପଥରେ

ସଡକ ପଥରେ ଭୁବନେଶ୍ବର 45 କି ମି , ପୁରୀ 10 କି ମି