ସତ୍ୟବାଦୀ

ନିର୍ଦ୍ଦେଶ

ସାକ୍ଷୀ ଗୋପାଳ ବା ସତ୍ୟବାଦୀ ଶ୍ରୀ ସାକ୍ଷୀଗୋପାଳଙ୍କ ପାଇଁ ପ୍ରସିଦ୍ଧ । ଏହା ଓଡିଶାର ଏକ ଅନନ୍ୟ ଦର୍ଶନୀୟ ସ୍ଥାନ । ଅଟଳ ବିଶ୍ୱାସ ଅଛି ଯେ ଯେକୈାଣସି ଦର୍ଶନାଥୀ ପୁରୀ ପରିଦର୍ଶନରେ ଆସି ସାକ୍ଷୀଗୋପାଳଙ୍କୁ ଦର୍ଶନ ନକଲେ ତାଙ୍କ ଯାତ୍ରା ଅଧା ରହିଯାଏ । ସାକ୍ଷୀଗୋପାଳ ନାମର ଅର୍ଥ ହେଉଛି ଶ୍ରୀକୃଷ୍ଣ । ସାକ୍ଷୀଗୋପାଳ ମନ୍ଦିରର ଉଚ୍ଚତା ୬୦ଫୁଟ ଅଟେ ଓ ଶ୍ରୀଗୋପାଳ ଓ ରାଧାଙ୍କର ଦୃଶ୍ୟପଟର ଉଚ୍ଚତା ଯଥାକ୍ରମେ ୫ଫୁଟ ଓ ୪ଫୁଟ ଅଟେ । ଏହା ଶାସନ ବ୍ରାହ୍ମଣମାନଙ୍କ ଦ୍ୱାରା ଏକ କେନ୍ଦ୍ରବିନ୍ଦୁ ହୋଇପାରିଛି । ଏଠାକାର ପ୍ରମୁଖ ବଡ ପର୍ବ ହେଉଛି ଅଁଳା ନବମୀ । ଏହି କ୍ଷେତ୍ରକୁ ଶ୍ରୀରାଧା ପାଦ ଦର୍ଶନ ନିମିତ୍ତ ବହୁ ଭକ୍ତ ଆସନ୍ତି । ଭୂବନେଶ୍ୱର ବିମାନବନ୍ଦରଠାରୁ ଏହାର ଦୂରତା ୨୦୩ ରାଜପଥ ଦ୍ୱାରା ୪୨ କି.ମି ଅଟେ ଓ ସାକ୍ଷୀଗୋପାଳ ରେଳଷ୍ଟେସନଠାରୁ ସାକ୍ଷୀଗୋପାଳ ମନ୍ଦିର ୧ କି.ମି ଓ ପୁରୀଠାରୁ ସାକ୍ଷୀଗୋପାଳ ମନ୍ଦିର ୧୮ କି.ମି ଅଟେ । ପ୍ରତିଦିନ ବସ୍ ଓ କାର ସେବା ଦ୍ୱାରା ସବୁ ସହରଠାରୁ ସାକ୍ଷୀଗୋପାଳ ମନ୍ଦିର ଯୋଗାଯୋଗ ହୋଇଥାଏ ।

ଫଟୋ ଗାଲେରୀ

  • Sakhigopal
    2018102999
  • Sakhigopal
    2018102966
  • Sakhigopal
    2018102910

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ବିଜୁ ପଟ୍ଟନାୟକ ଅନ୍ତର୍ଜାତିକ ବିମାନ ବନ୍ଦର ଭୁବନେଶ୍ବର 42 କି ମି.

ରେଳଗାଡ଼ିରେ

ସାକ୍ଷୀଗୋପାଳ ରେଳ ସ୍ଟେଶନ 1 କି ମି ପୁରୀ ରେଳ ସ୍ଟେଶନ 18 କି ମି

ସଡ଼କ ପଥରେ

ସଡକ ପଥରେ ଭୁବନେଶ୍ବର 42 କି ମି , ପୁରୀ `8 କି ମି